Skip to main content

Recent Post

EDUCATIONAL TECHNOLOGY

  EDUCATIONAL TECHNOLOGY 1 UNIT From the ancient abacus to handheld calculators, from slide projectors and classroom film strips to virtual reality and next-generation e-learning, educational technology continues to evolve in exciting new ways inspiring teachers and students alike. Technology is continually changing the way we work and play, create and communicate. So it's only natural that advancements in digital technology are also creating game-changing opportunities in the world of education. For teachers, technology is opening up new possibilities to enrich and stimulate young minds. Today, there is growing excitement around the potential for assistive technology, virtual and augmented reality, high-tech collaboration tools, gamification, podcasting, blogging, 3D printing, artificial intelligence, personalized learning and much more. Educational technology is a systematic and organized process of applying modern technology to improve the quality of education (efficie...

Bharatare chhatra bishrunkhala

 ଭାରତରେ ଛାତ୍ର ବିଶୃଙ୍ଖଳା



ଉପକ୍ରମ :-

ଅଧୁନା, ଭାରତବର୍ଷରେ ଛାତ୍ରବିଶୃଙ୍ଖଳା ଏକ ଦୈନନ୍ଦିନ ପରିସ୍ଥିତିରେ ପରିଣତ ହେଲାଣି। ଶ୍ରେଣୀଗୃହ ତଥା ବିଦ୍ୟାଳୟ ସୀମିତ କ୍ଷେତ୍ର ମଧ୍ୟରେ ଏହି ବିଶୃଙ୍ଖଳା ନିତ୍ୟବର୍ତ୍ତମାନ। ଛାତ୍ରବିଶୃଙ୍ଖଳା ସମୟେ ସମୟେ ଏଭଳି ଉତ୍କଟ ଆକାର ଧାରଣ କରୁଅଛି ଯେ, ବିଦ୍ୟାଳୟ ପରିଚାଳନା ବିଭାଗ ତଥା ଶିକ୍ଷକଗୋଷ୍ଠୀ ଅତିଷ୍ଠ ହୋଇଉଠୁଛନ୍ତି।

ଏହି ବିଶୃଙ୍ଖଳା ସମୟେ ସମୟେ ଏପରି ବ୍ୟାପକରୂପ ଗ୍ରହଣ କରୁଅଛି, ଯାହା ଫଳରେ କି ଦେଶର ସର୍ବମୟ ଶାସନସଂସ୍ଥା ମଧ୍ୟ ବିବ୍ରତ ହୋଇପଡୁଛନ୍ତି। ବିଦ୍ୟାଳୟରେ ଦୈନନ୍ଦିନ କ୍ଷୁଦ୍ର କ୍ଷୁଦ୍ର ଘଟଣାବଳୀରୁ ଆରମ୍ଭ କରି ବୃହତ୍ତର ପରିସ୍ଥିତି ପର୍ଯ୍ୟନ୍ତ ସବୁ କ୍ଷେତ୍ରରେ ଛାତ୍ରମାନଙ୍କଠାରେ ଏହି ବିଶୃଙ୍ଖଳା ମନୋଭାବ ପରିଦୃଷ୍ଟ ହେଉଅଛି। ଯାହାହେଉ, ଛାତ୍ରବିଶୃଙ୍ଖଳା ଲାଗି କେବଳ ଛାତ୍ରମାନଙ୍କୁ ଦାୟୀ କରିବା ସଂପୂର୍ଣ୍ଣ ଅଯୌକ୍ତିକ। ଛାତ୍ରମାନେ ସାଧାରଣତଃ କୋମଳ ବୟସ୍କ ଏବଂ ସଂସାରକ୍ଷେତ୍ରରେ ସମ୍ପୂର୍ଣ୍ଣ ଅନଭିଜ୍ଞ ସହସା ଉତ୍ତେଜନାର ବଶବର୍ତ୍ତୀ ହୋଇ ଅନ୍ଧ ଭାବରେ ଲମ୍ଫ ଦେବା ସେମାନଙ୍କର ନୂତନ ରକ୍ତ ନୂତନ ବୟସର ସ୍ଵାଭାବିକ ଗୁଣ; ତେଣୁ ସେମାନଙ୍କୁ ସହସା ଉତ୍ତେଜିତ କରିବା ଏବଂ ଉନ୍ନତ୍ତ କରିଦେବା ଅଭିଜ୍ଞ ଚତୁର ବ୍ୟକ୍ତିମାନଙ୍କ ପକ୍ଷେ ଅତି ସହଜସାଧ୍ୟ ବ୍ୟାପାର। ଥଣ୍ଡା ମନରେ ବିଚାର କରି କୌଣସି କାର୍ଯ୍ୟାନୁଷ୍ଠାନ କରିବା ବୟସଦୀପ୍ତ ଛାତ୍ରପ୍ରକୃତିରୁ ଆଶା କରିବା ଅସ୍ଵାଭାବିକ ଅଟେ। ଉପଯୁକ୍ତ ଉପଚାରଦ୍ୱାରା ଛାତ୍ରମାନଙ୍କଠାରେ ଅତି ଉଚ୍ଚକୋଟୀର ଶୃଙ୍ଖଳା ମଧ୍ୟ ସୃଷ୍ଟି କରାଯାଇପାରେ ; କାରଣ ତାହା ମଧ୍ୟ ସେମାନଙ୍କର କୋମଳ କମନୀୟ ବୟସର ସ୍ଵାଭାବିକ ଗୁଣ ; ତେଣୁ ଭାରତରେ ଛାତ୍ରଶୃଙ୍ଖଳା ଲାଗି ସ୍ଥୂଳ ନେତ୍ରରେ, ସ୍ଥୂଳ ବିଚାରରେ ଛାତ୍ର ସମାଜକୁ ଦାୟୀ କରି ଛାତ୍ରବିଶୃଙ୍ଖଳାର ପ୍ରକୃତ କାରଣ ସୂକ୍ଷ୍ମ ବୁଦ୍ଧିରେ ଅନୁସନ୍ଧାନ କରିବା ଉଚିତ।

ଭାରତରେ ଛାତ୍ରବିଶୃଙ୍ଖଳାର କାରଣ :-

ଭାରତରେ ଛାତ୍ରବିଶୃଙ୍ଖଳାର ସମ୍ଭାବ୍ୟ କାରଣଗୁଡ଼ିକ ସମ୍ବନ୍ଧରେ ଆଲୋଚନା କରିବା ପୂର୍ବରୁ ଛାତ୍ରବିଶୃଙ୍ଖଳାର ଆଦିପ୍ରବାହ ପ୍ରତି ସମ୍ୟକ୍ ଭାବରେ ଦୃଷ୍ଟିପାତ କରିବା ଆବଶ୍ୟକ। ଅବଶ୍ୟ ତାହା ଇତିହାସ ବା ଅତୀତକାଳର ବିଷୟବସ୍ତୁ ; ମାତ୍ର ଅତୀତ ଉପରେ ହିଁ ବର୍ତ୍ତମାନର ଅବସ୍ଥିତି ଭାରତରେ ଅସହଯୋଗ ଆନ୍ଦୋଳନର ସଂଗଠକମାନେ ସ୍କୁଲ୍ କଲେଜର ଛାତ୍ରମାନଙ୍କୁ ସରକାରୀ ସରକାରୀ ସାହାଯ୍ୟପ୍ରାପ୍ତ ବିଦ୍ୟାନୁଷ୍ଠାନସବୁ ଛାଡ଼ି ବାହାରି ଆସିବା ପାଇଁ ଆହ୍ୱାନ ଦେଇଥିଲେ। ଅଧ୍ୟୟନ ପରିତ୍ୟାଗ କରି ଜାତୀୟ ସଂଗ୍ରାମରେ ମାତିବାକୁ ତତ୍କାଳୀନ କୌଣସି ପିତା ନିଜ ପୁତ୍ରକୁ ଅନୁମତି ଦିଅନ୍ତି ନାହିଁ କିମ୍ବା କୌଣସି ଶିକ୍ଷକ ଅନ୍ତତଃ ସ୍ୱୀୟ ଶିକ୍ଷାନୁଷ୍ଠାନ ରକ୍ଷା ଦୃଷ୍ଟିରୁ ଆନ୍ଦୋଳନରେ ଯୋଗଦେବା ପାଇଁ ଛାତ୍ରମାନଙ୍କୁ ଉପଦେଶ ଦିଅନ୍ତି ଏହା ଥିଲା ନିରାଟ ସତ୍ୟ ; ତେଣୁ ଅସହଯୋଗ ଆନ୍ଦୋଳନ ସଂଗଠକମାନେ ଛାତ୍ରମାନଙ୍କୁ ପିତାମାତା ଶିକ୍ଷକମାନଙ୍କ ଆଦେଶକୁ ଅମାନ୍ୟ ଏବଂ ଉପଦେଶକୁ ଅବଜ୍ଞା କରି ଶିକ୍ଷାନୁଷ୍ଠାନ ଛାଡ଼ି ବାହାରି ଆସିବା ପାଇଁ ଆହ୍ୱାନ ଦେଇଥିଲେ। ଏହି ନେତୃବର୍ଗ ସେତେବେଳେ ଛାତ୍ରଛାତ୍ରୀମାନଙ୍କୁ ଧାରଣା ଦେଇଥିଲେ ଯେ, ଶିକ୍ଷକଗୋଷ୍ଠୀ ଅନ୍ୟାନ୍ୟ ସରକାରୀ କର୍ମଚାରୀଙ୍କ ପରି ବ୍ରିଟିଶ୍ ସରକାରର ଏଜେଣ୍ଟ ଅଟନ୍ତି। ଅବଶ୍ୟ ସେତେବେଳେ କୌଣସି କୌଣସି ଶିକ୍ଷକ ଛାତ୍ରମାନଙ୍କୁ ଅସହଯୋଗ ଆନ୍ଦୋଳନରେ ଯୋଗଦେବା ପାଇଁ ମତାଇବାରେ ଲାଗିଥିଲେ ; କିନ୍ତୁ ଅନୁଷ୍ଠାନର ପ୍ରଧାନଶିକ୍ଷକ ଏବଂ ଅଧିକାଂଶ ଶିକ୍ଷକ ଶିକ୍ଷାନୁଷ୍ଠାନର ଜୀବନରକ୍ଷା  ପାଇଁ ଛାତ୍ରମାନଙ୍କୁ ସେହି ଆନ୍ଦୋଳନରେ ଝାସ ଦେବାରୁ ନିବୃତ୍ତ କରୁଥିଲେ ; ତେଣୁ ଭାରତରେ ଅସହଯୋଗ ଆନ୍ଦୋଳନ ଅୟମାରମ୍ଭରୁ ହିଁ ଛାତ୍ରମାନେ ଶିକ୍ଷକମାନଙ୍କ ଉପରୁ ବିଶ୍ଵାସ ହରାଇ ବସିଛନ୍ତି। ଫଳତଃ ବିଦ୍ୟାନୁଷ୍ଠାନଗୁଡ଼ିକରେ ଛାତ୍ରବିଶୃଙ୍ଖଳା ପ୍ରବଳ ହୋଇଉଠୁଛି।

ଅସହଯୋଗ ଆନ୍ଦୋଳନର ସମୟ ଥୁଲା ଆଇନ ଅମାନ୍ୟ ଆନ୍ଦୋଳନର ସମୟ। ସରକାରୀ ଆଇନଭଙ୍ଗକୁ ଯେପରି ସାଧାରଣ ଲୋକେ ଗୌରବର କାର୍ଯ୍ୟ ବୋଲି ମନେକରୁଥିଲେ, ଶିକ୍ଷାନୁଷ୍ଠାନର ଆନୁଷ୍ଠାନିକ ଆଇନ ଭଙ୍ଗ ଏବଂ ପ୍ରଧାନଶିକ୍ଷକ ଅଥବା ଶିକ୍ଷକମାନଙ୍କର ଆଦେଶ ଅମାନ୍ୟ କରିବାକୁ ଛାତ୍ରମାନେ ଗୌରବର କାର୍ଯ୍ୟ ବୋଲି ମନେକରୁଥିଲେ। ଯେଉଁ ଛାତ୍ର ବିଦ୍ୟାଳୟର ନିୟମାବଳୀକୁ ବେଶି ପରିମାଣରେ ଭଙ୍ଗ କରୁଥିଲେ, ସେ ଛାତ୍ର ଛାତ୍ରସମାଜରେ ଏକ ବୀର ବୋଲି ଛାତ୍ରମାନଙ୍କଦ୍ୱାରା ପରିଗଣିତ ହେଉଥିଲା। ସେହି ସମୟରୁ ହିଁ ଆଇନ ଅମାନ୍ୟ, ନିୟମଭଙ୍ଗ ଛାତ୍ରମେଳି ଆଦି ଛାତ୍ରବିଶୃଙ୍ଖଳା ଶିକ୍ଷାନୁଷ୍ଠାନଗୁଡ଼ିକରେ ଗଡ଼ିଆସିଛି। ପ୍ରଧାନଶିକ୍ଷକ ଶିକ୍ଷକମାନଙ୍କ ପ୍ରତି ଅବମାନନା ଫଳରେ ଏବଂ ଅଜ୍ଞ ପିତାମାତା ରାଜନୈତିକ ଲୋକମାନଙ୍କଠାରୁ ଉପଯୁକ୍ତ ଦିଗ୍ଦର୍ଶନ ଅଭାବରେ ଭାରତର ଛାତ୍ରସମାଜ ଉଚ୍ଛୁଙ୍ଖଳ ହୋଇ ଉଠିଅଛି।

ଅଧୁନା ବିଶୃଙ୍ଖଳାର କାରଣ ସମ୍ବନ୍ଧରେ ବିଭିନ୍ନ ବ୍ୟକ୍ତି ବିଭିନ୍ନ ମତବାଦ ପ୍ରକାଶ କରିବାରେ ଲାଗିଛନ୍ତି। ସେଗୁଡ଼ିକ ଆଲୋଚନା କଲେ ମନେହୁଏ, ଛାତ୍ରମାନଙ୍କର ବିଶୃଙ୍ଖଳା ମନୋଭାବର ମୂଳ କାରଣ କେହି ଏପର୍ଯ୍ୟନ୍ତ ସଠିକ୍ ଭାବରେ ନିରୂପଣ କରିପାରି ନାହାନ୍ତି। ତଥାପି ଯେଉଁ କେତେକ ମତବାଦ ଅଦ୍ୟାବଧୂ ପ୍ରଚାରିତ ହୋଇଅଛି, ସେଗୁଡ଼ିକ ନିମ୍ନରେ ପ୍ରଦତ୍ତ ହେଲା

ଭାରତର ଭୂତପୂର୍ବ ଶିକ୍ଷାମନ୍ତ୍ରୀ ଏମ୍. ସି. ଚଗଲାଙ୍କ ମତରେ, ଛାତ୍ରମାନଙ୍କୁ ଛାତ୍ର ଭାବରେ ସ୍ଵଚ୍ଛନ୍ଦ ଜୀବନଯାପନର ସୁଯୋଗ ଦିଆଯାଇ ଥିବାରୁ ସେମାନଙ୍କଠାରେ ଏଭଳି ବିଶୃଙ୍ଖଳା ମନୋଭାବ ସୃଷ୍ଟି ହେଉଅଛି। ସର୍ବୋଦୟ ନେତା ବିନୋବା ଭାବେଙ୍କ ମତରେ, ଦେଶର ଅର୍ଥନୈତିକ ଦୁରାବସ୍ଥା ଏବଂ ସମାଜରେ ଲାଞ୍ଚ, ମିଛ ସ୍ଵଜନତୋଷଣ ଆଦି ଦୁର୍ନୀତି ପୂରି ରହିଥିବାରୁ ଛାତ୍ରମାନଙ୍କ ମନରେ ବିଶୃଙ୍ଖଳ ମନୋଭାବ ସୃଷ୍ଟି ଲାଭ କରୁଛି। ଅନ୍ୟ କେତେକଙ୍କ ମତରେ, ଶିକ୍ଷାଜୀବନ ପରେ କର୍ମସଂସ୍ଥାନର ସୁଯୋଗ ଥିବାର ଲକ୍ଷ୍ୟ କରି ଛାତ୍ରମାନେ ହତାଶ ହୋଇ ପଡ଼ିଛନ୍ତି ଏବଂ ସେମାନଙ୍କର ସେହି ହତାଶାଭାବ ସେମାନଙ୍କର ବିଶୃଙ୍ଖଳ ମନୋଭାବର କାରଣ ହେଉଅଛି, ଯାହା କି ସେମାନଙ୍କର ବିଶୃଙ୍ଖଳ ଆଚରଣରେ ପ୍ରକାଶ ଲାଭକରୁଛି। ଅନ୍ୟ କେତେକଙ୍କ ମତରେ, ଦେଶର ବିଭିନ୍ନ ମତବାଦୀ ଶାସନସଂସ୍ଥା ଏବଂ ବିଦ୍ୟାନୁଷ୍ଠାନର ଭିନ୍ନ ମତବାଦୀ ପରିଚାଳନା କର୍ତ୍ତୃପକ୍ଷ ଅଥବା ଭିନ୍ନ ମତବାଦୀ ଶିକ୍ଷକମାନଙ୍କ ବିରୋଧରେ ବିଭିନ୍ନ ରାଜନୈତିକ ଦଳ ବିଦ୍ୟାନୁଷ୍ଠାନର ଛାତ୍ରମାନଙ୍କୁ ଉତ୍ତେଜିତ କରୁଥିବାରୁ ଏବଂ ନିଜ ନିଜର ତରୁଣ କର୍ମୀମାନଙ୍କୁ ବିଦ୍ୟାନୁଷ୍ଠାନରେ ଛାତ୍ରଭାବରେ ଭର୍ତ୍ତିକରି ଛାତ୍ରମାନଙ୍କୁ ସେହି ଭାବରେ ପରିଚାଳିତ କରୁଥିବାରୁ ଛାତ୍ରମାନେ ଉଚ୍ଛୁଙ୍ଖଳ ହୋଇ ଉଠୁଛନ୍ତି। ଅନ୍ୟ କେତେକଙ୍କ ମତରେ, ଭାରତୀୟ ଜୀବନଧାରାର ବ୍ୟବସ୍ଥା ଥିବାରୁ ଛାତ୍ରମାନଙ୍କଠାରେ ଶୃଙ୍ଖଳାର ମୂଳଭିଭି ଈଶ୍ୱରବିଶ୍ଵାସ, ଧର୍ମବିଶ୍ଵାସ ନୈତିକତାର ଅଭାବ ଘଟୁଅଛି ; ଫଳରେ ଛାତ୍ରମାନେ ଉଚ୍ଛୁଙ୍ଖଳତାର ବଶବର୍ତ୍ତୀ ହୋଇ ବିଶୃଙ୍ଖଳ ଆଚରଣ ପ୍ରକାଶ କରୁଛନ୍ତି। ଅନ୍ୟ କେତେକଙ୍କ ମତରେ, ଦେଶର ନେତୃସ୍ଥାନୀୟ ବ୍ୟକ୍ତିଗଣ ଦୁର୍ନୀତିଗ୍ରସ୍ତ ବିଶୃଙ୍ଖଳଗ୍ରସ୍ତ ହୋଇ ପଡିଥିବାରୁ ତହିଁର ପ୍ରଭାବ ଛାତ୍ରସମାଜ ଉପରେ ପଡ଼ି ଛାତ୍ରମାନେ ଉଚ୍ଛୁଙ୍ଖଳ ହୋଇ ଉଠୁଛନ୍ତି। ଅନ୍ୟ କେତେକଙ୍କ ମତରେ, ଶିକ୍ଷକମାନଙ୍କଠାରେ ଶୃଙ୍ଖଳା ଜ୍ଞାନ ନୈତିକତାର ଅଭାବ ଥିବାରୁ ଛାତ୍ରମାନଙ୍କୁ ସେମାନେ ଉନ୍ନତ ଭାବରେ ପ୍ରଭାବିତ କରିବାକୁ ଅକ୍ଷମ ହୋଇପଡୁଛନ୍ତି। ଅନ୍ୟ କେତେକଙ୍କ ମତରେ, ସମାଜ ତଥା ଶାସକମାନଙ୍କ ଦୃଷ୍ଟିରେ ଶିକ୍ଷକମାନଙ୍କୁ ଯଥାଯୋଗ୍ୟ ସ୍ଥାନ ସମ୍ମାନ ଦିଆଯାଇ ଥିବାରୁ ସେମାନଙ୍କଠାରେ ଗୌଣମନୋଭାବ ସୃଷ୍ଟି ହେବା ଫଳରେ ଛାତ୍ରମାନଙ୍କୁ ପ୍ରଭାବିତ କରିବା ନିମିତ୍ତ ସେମାନଙ୍କଠାରେ ବ୍ୟକ୍ତିତ୍ଵର ଅଭାବ ଘଟୁଅଛି। ଫଳରେ ଭାରତୀୟ ଛାତ୍ରସମାଜରେ ଘୋର ବିଶୃଙ୍ଖଳା ପରିଲକ୍ଷିତ ହେଉଅଛି

ଛାତ୍ରମାନଙ୍କୁ ସୁଶୃଙ୍ଖଳ କରିବା ପାଇଁ କେତୋଟି ସମ୍ଭାବ୍ୟ ପନ୍ଥା :–

ଭାରତୀୟ ଛାତ୍ରମାନଙ୍କଠାରୁ ବିଶୃଙ୍ଖଳ ମନୋଭାବ ଦୂର କରିବା ପାଇଁ କତିପୟ ସମ୍ଭାବ୍ୟ ପନ୍ଥା ସୂଚିତ କରାଯାଇପାରେ। ପ୍ରଥମତଃ ଛାତ୍ରମାନଙ୍କଠାରେ ଗଭୀର ଧର୍ମବିଶ୍ଵାସ ଏବଂ ସୁଦୃଢ଼ ଈଶ୍ୱରବିଶ୍ଵାସ ଜାଗ୍ରତ କରିବାକୁ ହେବ। ଏଥିପାଇଁ ଶିକ୍ଷାନୁଷ୍ଠାନରେ ଧର୍ମପ୍ରାଣ ଶିକ୍ଷକମାନଙ୍କୁ ନିଯୁକ୍ତି ଦେଇ ବିଦ୍ୟାଳୟରେ ଧର୍ମ ନୈତିକତାର ବାୟୁମଣ୍ଡଳ ସୃଷ୍ଟି କରିବାକୁ ହେବ। ସେଥି ସଙ୍ଗେ ସଙ୍ଗେ ଛାତ୍ରମାନଙ୍କ ଶିକ୍ଷା ନିର୍ଘଣ୍ଟରେ ଧର୍ମ ଶିକ୍ଷା ଲାଗି ଉପଯୁକ୍ତ ବ୍ୟବସ୍ଥା କରିବାକୁ ପଡ଼ିବ।

ଶିକ୍ଷକମାନେ ହେଉଛନ୍ତି ଛାତ୍ରସମାଜର ପଥ-ପ୍ରଦର୍ଶକ। ଶିକ୍ଷକମାନଙ୍କର ଅବସ୍ଥାକୁ ଉନ୍ନତ କରି ସେମାନଙ୍କ ମଧ୍ୟରୁ ଗୌଣଭାବ ଦୂର କରାଯିବା ଆବଶ୍ୟକ। ସେମାନେ ଛାତ୍ରମାନଙ୍କୁ ପ୍ରଭାବିତ କରିପାରିଲା ଭଳି ଉପଯୁକ୍ତ ମର୍ଯ୍ୟାଦା ସାମାଜିକ କ୍ଷେତ୍ରରେ ସେମାନଙ୍କୁ ପ୍ରଦତ୍ତ ହେବା ଆବଶ୍ୟକ। ଶିକ୍ଷକମାନେ ମଧ୍ୟ ଶିକ୍ଷକତାକୁ ଏକ ବିକଳ୍ପ ବ୍ୟବସାୟ ବୋଲି ମନେ କରି ଲିଖନ, ପଠନ, ଅଧ୍ୟୟନ ଅଧ୍ୟାପନାରେ ଆଗ୍ରହୀ ହେବା ଉଚିତ। ତଦ୍ୱାରା ଶିକ୍ଷାନୁଷ୍ଠାନରେ ଜ୍ଞାନାନୁଶୀଳନର ଏକ ପବିତ୍ର ପରିବେଶ ସୃଷ୍ଟିଲାଭ କରିବ। ଫଳରେ ଛାତ୍ରମାନେ ମଧ୍ୟ ଜ୍ଞାନାନୁଶୀଳନରେ ଆଗ୍ରହ ପ୍ରକାଶ କରି ବିଶୃଙ୍ଖଳା ପ୍ରତି ବୀତସ୍ପୃହ ହୋଇଉଠିବେ।

ଭାରତରେ ଅସହଯୋଗ ଆନ୍ଦୋଳନ ସମୟରୁ ଛାତ୍ରସମାଜ ଶିକ୍ଷକଗୋଷ୍ଠୀ ପ୍ରତି ଯେଉଁ ଅବିଶ୍ଵାସ, ଭାବ ପୋଷଣ କରିଆସିଛନ୍ତି, ସେହି ଅବିଶ୍ଵାସ ଭାବକୁ ସେମାନକ ମନରୁ ପୋଛିଦେବା ପାଇଁ ଶିକ୍ଷକଗୋଷ୍ଠୀ ଉଦ୍ୟମ କରିବା ଉଚିତ। ଏହା ଅବଶ୍ୟ ଏକ ସହଜ କାର୍ଯ୍ୟ ନୁହେଁ। ଶିକ୍ଷକମାନେ ଯଦି ଛାତ୍ରର ବର୍ତ୍ତମାନ ଭବିଷ୍ୟତରେ ହାର୍ଦ୍ଦିକ ଆଗ୍ରହ ପ୍ରକାଶ କରନ୍ତି ଏବଂ ଛାତ୍ରମାନଙ୍କର ମଙ୍ଗଳାକାଙ୍କ୍ଷୀ ବୋଲି ଛାତ୍ରମାନଙ୍କ ହୃଦୟରେ ବିଶ୍ଵାସ ଜାଗ୍ରତ କରିପାରନ୍ତି, ତେବେ ଯାଇ ଏହା ସମ୍ଭବ ହୋଇପାରିବ।

ଛାତ୍ରମାନେ ଯେପରି ନିଜ ନିଜର ଗୃହସ୍ଥଳୀରେ ବିଦ୍ୟାଧ୍ୟୟନ ଲାଗି ଶାନ୍ତମୟ ପରିବେଶ ଲାଭ କରନ୍ତି ଏବଂ ଶିକ୍ଷୋପକରଣ ଅଭାବ ଅନୁଭବ କରନ୍ତି, ସେଥିପାଇଁ ଛାତ୍ର ପକ୍ଷରୁ ଶିକ୍ଷକ, ଛାତ୍ରର ପିତା ଅଭିଭାବକଙ୍କ ସହିତ ସମ୍ପର୍କ ପ୍ରତିଷ୍ଠା କରିବା ଆବଶ୍ୟକ। ଛାତ୍ରଠାରୁ ଶିକ୍ଷକ ତା ବ୍ୟକ୍ତିଗତ ଅସୁବିଧାମାନ ସହାନୁଭୂତିର ସହିତ ଶ୍ରବଣ କରିବା ଉଚିତ ଏବଂ ନିଜର ଶକ୍ତି ଅନୁସାରେ ଛାତ୍ରକୁ ନାନାଭାବରେ ସାହାଯ୍ୟ କରିବା ଉଚିତ।

ଦେଶର ରାଜନୈତିକ ଦଳଗୁଡ଼ିକ ନିଜ ଦଳର ଲକ୍ଷ୍ୟ ହାସଲ କରିବା ନିମିତ୍ତ ଛାତ୍ରମାନଙ୍କୁ ହାତବାରିସୀରୂପେ ବ୍ୟବହାର କରିବା ଉଚିତ ନୁହେଁ, ଯେଉଁ କାର୍ଯ୍ୟ କି ଛାତ୍ରମାନଙ୍କ ମନରେ ବିଶୃଙ୍ଖଳାଭାବ ଜାଗ୍ରତ କରିବ ଅଥବା ଶିକ୍ଷାନୁଷ୍ଠାନରେ ବିଶୃଙ୍ଖଳା ସୃଷ୍ଟି କରିବ।

ପ୍ରଶାସନିକ କାର୍ଯ୍ୟାଳୟ, ପରିବହନ ଯାନ, ପଥଘାଟ ବିପଣି-ବୀଥ୍କା ସକଳ କ୍ଷେତ୍ରରେ ଛାତ୍ରମାନଙ୍କୁ ଛାତ୍ରୋଚିତ ସମ୍ମାନ ସହାନୁଭୂତି ମିଳିବା ଆବଶ୍ୟକ। ପରିବର୍ତ୍ତରେ ଛାତ୍ରମାନେ ମଧ୍ୟ ବିନୟ, ଭଦ୍ରଭାବ, ଧୀରବୁଦ୍ଧି ସ୍ଥିରଚିତ୍ତତା ପୋଷଣ କରିବା ବିଧେୟ। ଛାତ୍ରମାନଙ୍କର ବୟସର ସ୍ଵଳ୍ପତା ହେତୁ କୌଣସି କର୍ମଚାରୀ ସେମାନଙ୍କୁ ହେୟଜ୍ଞାନ କରିବା ଉଚିତ ନୁହେଁ। ରାଜତନ୍ତ୍ର ଯୁଗରେ କର୍ମଚାରୀ ମାନେ ରାଜକୁମାରଙ୍କ ପ୍ରତି ଯେଉଁଭଳି ବ୍ୟବହାର କରୁଥିଲେ, ବର୍ତ୍ତମାନ ଛାତ୍ରମାନଙ୍କ ପ୍ରତି ସେମାନେ ସେହିଭଳି ବ୍ୟବହାର କରିବା ଉଚିତ।

ଶୃଙ୍ଖଳାଭ୍ୟାସ ସମସ୍ତ ଉନ୍ନତିର ମୂଳାଧାର, ଏହି ସତ୍ୟକୁ ଛାତ୍ରମାନଙ୍କୁ ଉପଲବ୍କରାଇବା ନିମିତ୍ତ ସକଳ ପ୍ରକାରର ଯତ୍ନ କରାଯିବା ଉଚିତ। ଏଥପାଇଁ ଗାନ୍ଧି, ଜବାହାରଲାଲ ଚର୍ଚ୍ଚିଲ୍ ପ୍ରଭୃତି ବଡ଼ ବଡ଼ ଭାଗ୍ୟନିର୍ମାତାମାନଙ୍କର ଦୈନନ୍ଦିନ ଜୀବନଧାରା ସହିତ ଛାତ୍ରମାନଙ୍କୁ ପରିଚିତ କରାଇବା ଆବଶ୍ୟକ।

ଉପସଂହାର :–

ଛାତ୍ରମାନେ ଦେଶ ଜାତିର ଭବିଷ୍ୟତ। ସେମାନଙ୍କୁ ସୁଶୃଙ୍ଖଳ କରିବା ପାଇଁ ଦେଶବାସୀଙ୍କୁ ସକଳପ୍ରକାର ତ୍ୟାଗ ନିମନ୍ତେ ପ୍ରସ୍ତୁତ ରହିବାକୁ ପଡ଼ିବ। ଛାତ୍ରମାନଙ୍କର ସମସ୍ତ ଅସୁବିଧା ଦୂର କରି ସେମାନଙ୍କ ମନମଧ୍ୟରୁ ହତାଶାଭାବ ଦୂରୀଭୂତ କରିବା ଆବଶ୍ୟକ। ଏଥିପାଇଁ ଅର୍ଥବ୍ୟୟରେ କୃଚ୍ଛତା ଅବଲମ୍ବନ କରିବା ସର୍ବଥା ଅନୁଚିତ।

*****

Comments